Odisha Link
Bridging the Missing Links in Odisha

ଅନୁଗୁଳ ଗସ୍ତରେ ୫-ଟି ଅଧ୍ୟକ୍ଷ; ବିଭିନ୍ନ ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ମା’ଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ। ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ ମିଶିଥିଲେ। ବିକାଶର ସମୀକ୍ଷା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତକାଲି ଆରଡି ଆଖଣ୍ଡଳମଣି ଗସ୍ତରେ ଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଖୁବଶୀଘ୍ର ବାବା ଆଖଣ୍ଡଳମଣି ପୀଠର ରୂପରେଖ ବଦଳିବ। ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ବାବାଙ୍କୁ ଦର୍ଶନ କରି ଆଶିଷ ନେବା ସହ ଉନ୍ନତିମୂଳକ କାର୍ଯ୍ୟରେ ସମୀକ୍ଷା କରିଛନ୍ତି। ଏହା ସହ ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି।

Leave A Reply

Your email address will not be published.