Odisha Link
Bridging the Missing Links in Odisha

ସମସ୍ତ ରେଳ ଇଂଜିନରେ ଲାଗିବ ବ୍ଲାକ୍‌ବକ୍ସ, ବର୍ଷ ଶେଷ ସୁଦ୍ଧା ସରିବ କାମ

ଓଏଲ୍‌ ବ୍ୟୁରୋ: ଗତବର୍ଷ ଜୁନ୍‌ ୨ ତାରିଖରେ ବାଲେଶ୍ବରର ବାହନଗା ଷ୍ଟେସନ ନିକଟରେ ହୋଇଥିଲା ଭୟାବହ ରେଳ ଦୁର୍ଘଟଣା। ଯାହାରିଫଳରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହି ଭୟାବହ ଦୁର୍ଘଟଣା ପରେ ରେଳ ସୁରକ୍ଷାକୁ ମଜଭୁତ କରିବା ପାଇଁ ଭାରତୀୟ ରେଳ ଦ୍ବାରା ଏକାଧିକ ପଦକ୍ଷେପ ନିଆଯାଇଛି। ଏସବୁ ମଧ୍ୟରେ ସୁରକ୍ଷିତ ପରିଚାଳନା ପାଇଁ ରେଳ ଇଂଜିନରେ ବ୍ଲାକବକ୍ସ ଲାଗାଇବା ଯୋଜନାକୁ କାର୍ଯ୍ୟକାରୀ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପ୍ରାଇଛି।

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଧୁନିକ ବୈଷୟିକ ପଦକ୍ଷେପ ଅନ୍ତର୍ଗତ ରେଳ ଇଂଜିନକୁ ଭଏସ୍ ଭିଡିଓ ରେକଡିଂ ସିଷ୍ଟମ୍‌ (ସିଭିଭିଆରଏଏସ)ରେ ଯୋଡ଼ି ଦିଆଯିବ। ରେଳ ଇଂଜିନର ସମସ୍ତ ପ୍ରକାର ଗତିବିଧିର ଭିଡିଓ ରେକର୍ଡିଂ ସିଷ୍ଟମ ଦ୍ବାରା ସମ୍ଭବ ହୋଇପାରିବ। ସିଭିଭିଆରଏଏସ୍‌ ଅନ୍ତର୍ଗତ ୪ ଟି କ୍ୟାମେରା ଲାଗିବ। ଦୁଇଟି ସିସିଟିଭି କ୍ୟାମେରା ରେଳ ଇଂଜିନ ଭିତରେ ଲୋକୋପାଇଲଟ ଓ ସହାୟକ ପାଇଲଟ ଉପରେ କେନ୍ଦ୍ରିତ ରହିବ। ତୃତୀୟ କ୍ୟାମେରା ଇଂଜିନର ବାହାର ଟ୍ରାକ୍‌ ଏବଂ ଚତୁର୍ଥ କ୍ୟାମେରା ଇଂଜିନର ଉପର ଭାଗର ଯେକୌଣସି ତ୍ରୁଟିକୁ ରେକର୍ଡିଂ କରିବ।

ଟ୍ରେନ ଦୁର୍ଘଟଣାର କାରଣକୁ ଚିହ୍ନଟ କରିବା ଏବଂ ଭବିଷ୍ୟତରେ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ୨୦୧୮-୧୯ ରେଳ ବଜେଟରେ ସିଭିଭିଆରଏଏସ୍‌ ଲଗାଯିବା ନେଇ ଘୋଷଣା କରାଯାଇଥିଲା। ଏଥିପାଇଁ ୧୦୦ କୋଟି ଆବଣ୍ଟନ ମଧ୍ୟ କରାଯାଇଥିଲା। ପାଇଲଟ ପ୍ରକଳ୍ପ ଅନ୍ତର୍ଗତ କିଛି ରେଳ ଇଂଜିନରେ ଏହି ସିଷ୍ଟମକୁ ଲଗାଯାଇଥିଲା, ହେଲେ କୋଭିଡ ମହାମାରୀ ଯୋଗୁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶିଥିଳତା ଆସିଥିଲା।

Leave A Reply

Your email address will not be published.