Odisha Link
Bridging the Missing Links in Odisha

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

ଓଏଲ୍‌ ବ୍ୟୁରୋ: ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ୬୦ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଦୁର୍ଘଟଣା ହୋଇଛି। ଚକା ଫାଟିବାରୁ ଟ୍ରକ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ୍‌। ଦୁର୍ଘଟଣାରେ ୧୫ ଆହତ ହୋଇଥିବାବେଳେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ବସ୍‌। ତୀର୍ଥଯାତ୍ରୀ ବସ୍‌ରେ ଥିଲେ ୬୫ ଯାତ୍ରୀ। ବସ୍‌ର ଆଗ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave A Reply

Your email address will not be published.