Odisha Link
Bridging the Missing Links in Odisha

କମିଲା ସିଲିଣ୍ଡର ଦର, ମହିଳା ଦିବସରେ ମୋଦିଙ୍କ ଭେଟି

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରି। ଏଥିସହିତ ଆଜି ହେଉଛି ମହିଳା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା। ଆଜିଠୁ ଦେଶରେ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଆଜି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବର୍ତ୍ତମାନ ଏଲପିଜି ଗ୍ୟାସ ମୂଲ୍ୟରେ ୧୦୦ ଟଙ୍କା ରିହାତି ଦିଆଯିବ। ଏହି ପଦକ୍ଷେପ ନେବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ନାରୀ ଶକ୍ତିଙ୍କ ଜୀବନକୁ ସହଜ କରିବା ଏବଂ କୋଟି କୋଟି ପରିବାରର ଆର୍ଥିକ ବୋଛ ହ୍ରାସ କରିବା। ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ।

ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୯୩୦ ଟଙ୍କାରୁ ହ୍ରାସ ପାଇ ୮୩୦ରେ ପହଞ୍ଚିଛି। ସେହିପରି ରାଜଧାନୀ ଦିଲ୍ଲୀରେ ଏହା ୯୦୩ ଟଙ୍କାରୁ ୮୦୩ ହୋଇଛି। ସେହିପରି ମୁମ୍ବାଇରେ ୮୦୨ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୮୧୮ .୫୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍‌। ସୂଚନାଥାଉକି, ଶେଷଥର ପାଇଁ ୩୦ ଅଗଷ୍ଟ ୨୦୨୩ରେ ଘରୋଇ ସିଲିଣ୍ଡର ଦାମ୍‌ ବଦଳିଥିଲା।

Leave A Reply

Your email address will not be published.