Odisha Link
Bridging the Missing Links in Odisha

ବିଜେପିର ନିର୍ବାଚନୀ କସରତ: କୋର କମିଟି ବୈଠକ ଆରମ୍ଭ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଆଜି ଅପରାହ୍ନ ୩ଟାରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ କମିଶନର ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ବି କରିବେ ବଡ଼ ଘୋଷଣା। ଏହାପୂର୍ବରୁ ଆଜି ଚଳିତ ସରକାରର ଶେଷ କ୍ୟାବିନେଟ୍ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଛି।

ଅନ୍ୟପଟେ, ରାଜ୍ୟ ବିଜେପି ମଧ୍ୟ ନିର୍ବାଚନୀ କସରତ ଆରମ୍ଭ କରିଛି। ରାଜ୍ୟ ବିଜେପିର କୋର କମିଟି ବୈଠକ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବ। ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ହୋଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ରହିଥିବାବେଳେ ପ୍ରଭାରୀ ବିଜୟପାଲି ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ସମେତ କୋର କମିଟି ସଦସ୍ୟ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.