Odisha Link
Bridging the Missing Links in Odisha

କେନ୍ଦ୍ର ଉପରେ ବର୍ଷିଲେ ପ୍ରଣବ; କହିଲେ….

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନୀ କସରତ। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଆଉ ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି।କେତେଦିନ ସହିବା, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି। ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜସିଟ୍ ବିଜେପି ଲୋକାର୍ପିତ କରିଛି। ଚାର୍ଜସିଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇନଥିବା ଆରୋପ ଲଗାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟ୍‌ ଲୋକାର୍ପିତ କରାଯାଇଛି।

ଅନ୍ୟପଟେ, ପୁଣି କେନ୍ଦ୍ର ଉପରେ ବର୍ଷିଲେ ପ୍ରଣବ ପ୍ରକାଶ ଦାସ। ଅନୁଗୁଳ ଛେଣ୍ଡିପଦା ଠାରେ ଆୟୋଜିତ ସଭାରେ ବର୍ଷିଲେ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ସାଂସଦ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ୫ ବର୍ଷ ମଧ୍ୟରେ ଦିନକ ପାଇଁ ବି ଏଠାକୁ ଆସିନଥିବେ। ପଶ୍ଚିମ ଓଡ଼ିଶାରୁ ୫ଜଣ ସାଂସଦ ଯାଇଥିଲେ। ଓଡ଼ିଶାର ବିକାଶ ପାଇଁ ସେମାନେ କଣ କରିଛନ୍ତି ବୋଲି ପ୍ରଣବ ପ୍ରକାଶ ଦାସ। ଓଡ଼ିଶାର ବିକାଶ କଥା କେବଳ ନବୀନ ଚିନ୍ତା କରୁଛନ୍ତି। ନବୀନଙ୍କ ପାଇଁ ଓଡ଼ିଶାରେ ସବୁ କ୍ଷେତ୍ରରେ ବିକାଶ ହୋଇଛି। ଯୋଡ଼ି ଶଙ୍ଖରେ ବିପୁଳ ଭୋଟ ଦେବାକୁ ପ୍ରଣବ ପ୍ରକାଶ ଦାସ ନିବେଦନ କରିଛନ୍ତି।

Leave A Reply

Your email address will not be published.