Odisha Link
Bridging the Missing Links in Odisha

ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ; ସୋନପୁରରୁ ଆରମ୍ଭ ହେବ ନିର୍ବାଚନୀ ପ୍ରଚାର

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହାରି ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୋନପୁର ରାମେଶ୍ବରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା। ଏପ୍ରିଲ ୨୫ ତାରିଖ ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ ଅମିତ ଶାହ। ଏହାପରେ ୩ଟା ୫୦ରୁ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ସୋନପୁର ଯିବେ। ସୋନପୁର ରାମେଶ୍ୱରମ୍ ଷ୍ଟାଡିଅମରେ ଜନସଭାକୁ ସମ୍ବୋଧନ କରିବେ।

ଏହାପରେ ଅପରାହ୍ନ ସାଢେ ୫ଟାରେ କାର୍ଯ୍ୟକ୍ରମ ସାରି ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚିବେ। ସେଠାରେ ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ପାଇଁ ବାହାରିବେ କେନ୍ଦ୍ର ଗୃହମନ୍ତ୍ରୀ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଞ୍ଚିବେ। ପରେ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.