Odisha Link
Bridging the Missing Links in Odisha

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ; ୧୨ଟି ରାଜ୍ୟରେ ହେବ ଭୋଟ୍ ଗ୍ରହଣ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ରେ ଭୋଟଗ୍ରହଣ ହେବ। ଆସନ୍ତାକାଲି ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ ହେବ। ୮୮ ଆସନ ପାଇଁ ନେତା ବାଛିବେ ଜନତା।

ଏଥି ମଧ୍ୟରେ ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩ ଏବଂ ପଶ୍ଚିମବଂଗର ୩ ଆସନରେ ଭୋଟ ଗ୍ରହଣ ହେବ। ମଧ୍ୟପ୍ରଦେଶରେ ୭ ଆସନରେ ନିର୍ବାଚନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶର ଦେଵତୁଲ ଆସନର ସମାଜବାଦୀ ଦଳର ପ୍ରାର୍ଥୀଙ୍କ ଦେହାନ୍ତ ହେବା ଦ୍ୱାରା ସେଠାରେ ମେ ୭ରେ ନିର୍ବାଚନ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।

Leave A Reply

Your email address will not be published.