Odisha Link
Bridging the Missing Links in Odisha

ସକାଳୁ ୩୬ ଡିଗ୍ରୀ ଛୁଇଁଲା ପାରଦ; ୧୭ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ୩୬ ଡିଗ୍ରୀ ସହ ବାଲେଶ୍ବର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ସେହିଭଳି ତାଳଚେରରେ ୩୫.୨, ବାରିପଦା ଓ ଭବାନୀପାଟଣାରେ ୩୫ ଡିଗ୍ରୀ, କେନ୍ଦୁଝରରେ ୩୪.୮, କଟକରେ ୩୪.୬, ଝାରସୁଗୁଡ଼ାରେ ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି କ୍ରମରେ ପାଣିପାଗ କେନ୍ଦ୍ର ଆସନ୍ତା ୨୪ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ହିଟୱେଭ୍‌ ୱାର୍ଣ୍ଣିଂ କରିଛି। ଗଜପତି ଓ ଗଞ୍ଜାମ ପାଇଁ ସିଭିୟର ହିଟ୍‌ଓ୍ବେଭ୍‌ ଆଲର୍ଟ କରାଯାଇଛି। ଏହା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳରେ ତାତିକୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.