Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଇଜିପ୍ଟ ପିଆଜ

ଭୁବନେଶ୍ବର : ପିଆଜର ଦର କମିବାର ନାଁ ଧରୁନି। ସେଥିପାଇଁ ପିାଆଜ ଇଜିପ୍ଟରୁ ଓଡ଼ିଶାକୁ ଅଣାଯାଉଛି । ଏହା ରାଜ୍ୟରେ ପିଆଜର ଚାହିଦା ମେଣ୍ଟାଇବା ପାରିବ ବୋଲି କୁହାଯାଇଛି । ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ ରହୁଛି । ଗତକାଲି ୩୨ ଟନ୍ ପିଆଜ ଇଜିପ୍ଟ ରୁ ଭୁବନେଶ୍ୱରରେ ପହଞ୍ଚିଛି। ଦେଶୀ ପିଆଜଠୁ ଏହାର ଆକାର ଓ ରଙ୍ଗ ଟିକିଏ ଭିନ୍ନ ଅଟେ ।

ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପଦକ ସୁଧାକର ପଣ୍ଡା କହିଛନ୍ତି, “ଏହି ପିଆଜ ଆସିବାରେ ବହୁତ ବିଳମ୍ୱ ହୋଇଗଲା । ଏହି ପିଆଜ ସେପ୍ଟେମ୍ୱର ମାସରୁ ଆସିବାର ଥିଲା। ଏବେ ନୂଆ ପିଆଜ ନାସିକ୍‌ରୁ ଆସିବାରେ ଲାଗିଛି । ତା’ ସହିତ କର୍ଣ୍ଣଡ, ବେଙ୍ଗାଲୁରରୁ ମଧ୍ୟ ପିଆଜ ଆସିଯିବ। ମୁଁ ଆଶା ରଖୁଛି ନୂଆବର୍ଷ ବେଳକୁ ପିଆଜ କିଲୋ ୩୦ରୁ ୪୦ ଟଙ୍କାରେ ବଜାରରେ ଉପଲବ୍ଧ ହୋଇ ପାରିବ।”