Odisha Link
Bridging the Missing Links in Odisha

ଆଗରୁ ଟ୍ରମ୍ପ୍ କହିଥିଲେ ୭୦ ଲକ୍ଷ, ଏବେ କହିଲେ ୧କୋଟି ଲୋକ ସ୍ବାଗତ କରିବେ

ଓ୍ୱାଶିଂଟନ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ସମୟରେ ଅହମଦାବାଦ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ମଧ୍ୟରେ ୧ କୋଟି ଲୋକ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବେ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ ତାଙ୍କୁ ୭୦ ଲକ୍ଷ ଲୋକ ସ୍ୱାଗତ କରିବା ପାଇଁ ଉପସ୍ଥିତ ରହିବେ। ଏ କଥା ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ସେ କହିଥିଲେ।

ହେଲେ ଏବେ ସେ ଏହି ସଂଖ୍ୟାକୁ ୧ କୋଟିକୁ ବଢ଼ାଇ ଦେଇଛନ୍ତି। ତେବେ ଏହାର ସତ୍ୟତା ନେଇ କିଛି ଜଣାପଡ଼ି ନାହିଁ। କାରଣ ଭାରତ ସରକାରଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ। ତେବେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଭୟ ମୋଦି ଓ ଟ୍ରମ୍ପ ଉଦ୍‌ବୋଧନ ଦେବେ।

ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଏକ ରାଲିକୁ ଉଦବୋଧନ କରିବା ବେଳେ କହିଛନ୍ତି, “ଆଗାମୀ ସପ୍ତାହରେ ଭାରତ ଗସ୍ତ କରିବି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ବହୁତ ପସନ୍ଦ କରେ। ମୁଁ ତାଙ୍କ ସହିତ ଟ୍ରେଡ ଡିଲ୍ ବାବଦରେ ମଧ୍ୟ ଆଲୋଚନା କରିବି। ମୋଟେରା ଷ୍ଟାଡିୟମ ଯିବା ବେଳେ ୧୦ ମିଲିଅନ (୧ କୋଟି) ଲୋକ ମୋତେ ସ୍ୱାଗତ କରିବେ।”

Comments are closed.