ମହିଳାଙ୍କୁ ହତ୍ୟା କଲେ ମହିଳା

କେନ୍ଦୁଝର: ସ୍ୱାମୀ ସହ ଅନୈତିକ ସମ୍ପର୍କକୁ ସହ୍ୟ କରିନପାରି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଖବର ମିଳିଛି। ସ୍ୱାମୀ ସହ ସମ୍ପର୍କ ରଖିଥିବା ଅନ୍ୟ ଜଣେ ମହିଳାଙ୍କୁ ସ୍ତ୍ରୀ ହତ୍ୟା କରିଛି। ସମ୍ପୃକ୍ତ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ସନ୍ଦେହରେ ପୁଲିସ ମହିଳାଙ୍କୁ ଅଟକ ରଖିଛି। ବାରିଆ ଥାନା ଭୂଇଁପୁର ଗାଁ ମନ୍ଦିର ପାଖ ନଈ ପଠାରେ ଏହି ହତ୍ୟାକାଣ୍ଡ ଘଟିଛି। ବାରିଆ ଥାନା ପୁଲିସ ମହିଳାଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।
Comments are closed.