ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ୍

ଅହମଦାବାଦ: ଗୁଜୁରାଟ ଅହମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍। ସ୍ବତନ୍ତ୍ର ବିମାନ ‘ଏୟାର ଫୋର୍ସ ଓ୍ବାନ୍’ରେ ପହଞ୍ଚିଲେ ଡୋନାଲ୍ ଟ୍ରମ୍ପ୍। ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍। ଟ୍ରମ୍ପ୍ଙ୍କ ସହ ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଏବଂ ଜ୍ୱାଇଁ ଜାର୍ଡ କୁସ୍ନର୍ ଓ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାବିନେଟର୍ କେତେକ ବରିଷ୍ଠ ସଦସ୍ୟ ମଧ୍ୟ ଆସିଛନ୍ତି। ଅହମଦାବାଦରେ ବିମାନବନ୍ଦରରେରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ଙ୍କୁ ସ୍ୱାଗତ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ରମ୍ପ୍ଙ୍କୁ ଗୁଜୁରାଟ ରାଜ୍ୟପାଳ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱାଗତ ଜଣାଇଛନ୍ତି। ଏହା ପରେ ଟ୍ରମ୍ପ ସାବରମତୀ ଆଶ୍ରମ ଗସ୍ତରେ ଯିବେ। ଏହା ପରେ ଏକ ବିଶାଳ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି। ପରେ ମୋଟେରା ଷ୍ଟାଡିୟମ୍ରେ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍।
Comments are closed.