ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ ଟ୍ରମ୍ପଙ୍କ ପ୍ରଂଶସା

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ ପ୍ରଂଶସା କରିଛନ୍ତି ଟ୍ରମ୍ପ୍। ଭାରତୀୟ ସିନେମାର ଦୀର୍ଘ ବର୍ଷର ଇତିହାସ ବଖାଣିଛନ୍ତି ଟ୍ରମ୍ପ। ଭାରତରେ ପ୍ରତିବର୍ଷ ଦୁଇ ହଜାରରୁ ଅଧିକ ସିନେମା ତିଆରି ହେବା ସହ ସିନେମାର ସଙ୍ଗୀତ ସଂରଚନା ଓ ଭାଙ୍ଗଡ଼ା ଅନ୍ୟନ୍ତ ମନୋମୁଗ୍ଧକର ବୋଲି ସେ କହିଛନ୍ତି। କେବଳ ଡିଡିଏଲଜେ ନୁହେଁ ଉଚ୍ଚକୋଟୀର ସୋଲେ ସିନେମା, ର ମଧ୍ୟ ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଏହି ଅବସରରେ ସେ ଭାରତର ୨ ଶ୍ରେଷ୍ଠ କ୍ରିକେଟ ତାରକାଙ୍କ ନାମ ନେଇଥିଲେ ଟ୍ରମ୍ପ।ଟ୍ରମ୍ପଙ୍କ ସ୍ବାଗତ ଲାଗି ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାରରୁ ଅଧିକ କ୍ଷମତା ଥିବା ଏହି ଷ୍ଟାଡିୟମକୁ ଦେଖି ଟ୍ରମ୍ପ ଖୁସି ହୋଇ କହିଥିଲେ, ଆଜି ମୁଁ ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଛିଡ଼ା ହୋଇଛି। ଏବଂ ଭାରତୀୟ କ୍ରିକେଟ ତାରକାଙ୍କ ନାମ ନେଇ କହିଥିଲେ ଯେ, ଭାରତ ଦୁନିଆକୁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ଦେଇଛି। ଟ୍ରମ୍ପ ସଚିନ ଏବଂ ବିରାଟଙ୍କ ନାମ ନେବା କ୍ଷଣି ଉପସ୍ଥିତ ଲୋକଙ୍କ କରତାଳିରେ ଷ୍ଟାଡିୟମ କମ୍ପି ଉଠିଥିଲା।