ରାଜ୍ୟରେ ୨୪ ଘଣ୍ଟାରେ ୪୮୦୭୫ କରୋନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮ ହଜାର ୦୭୫ କରୋନା ନମୁନା ଟେଷ୍ଟ ହୋଇଛି। ଏନେଇ ଶନିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ଆରଟିପିସିଆର,ଆଣ୍ଟିଜେନ, ଟ୍ରୁନଟ୍ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆରଟିପିସିଆରରେ ୮ ହଜାର ୨୭୧, ଆଣ୍ଟିଜେନରେ ୩୯ ହଜାର ୬୫୭ ଓ ଟ୍ରୁନଟ୍ ମାଧ୍ୟମରେ ୧୪୭ଟି କରୋନା ନମୁନା ଟେଷ୍ଟ କରାଯାଇଛି।
ରାଜ୍ୟରେ କୋଭିଡ ଟେଷ୍ଟ୍ ସଂଖ୍ୟା ଇତିମଧ୍ୟରେ ୨୭ ଲକ୍ଷ ଟପିଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଦୈନିକ ୪୦ରୁ ୫୦ ହଜାର କୋଭିଡ୍ ଟେଷ୍ଟ କରାଯାଉଛି।
Comments are closed.