ୱେବିନାର ମାଧ୍ୟମରେ ପାଳିତ ହେବ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ
ଭୁବନେଶ୍ବର : ସାଲିସ୍ ବିହୀନ ଜନନେତା , ଗରିବ ଖଟିଖିଆ ମେହନତୀ ମଣିଷର ଆଜୀବନ ସାଥୀ, ଐତିହାସିକ ସୀମା ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ଇତିହାସ ସିଦ୍ଧ ଶ୍ରମିକ ନେତା, ଉତ୍କଳ ସମ୍ମୀଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଅମୃତ ଅମ୍ଳାନ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ଗଠିତ ‘ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ‘ର ବୈଠକ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ତଥା ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ମୁନ୍ନା ଖାଁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆସନ୍ତା ନଭେମ୍ବର ୧୭ ତାରିଖରେ କରୋନା କଟକଣା ଜନିତ ପ୍ରତିବନ୍ଧକ ଓ ନିର୍ଦ୍ଦେଶନାମା ଆଧାରରେ ବୈଦ୍ୟୁତିକ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଚଳି ସଭା କରିବାକୁ କମିଟି ତରଫରୁ ନିଷ୍ପତି ନିଆଯାଇଛି ।
ପ୍ରତେକ ବର୍ଷ ପରି ହରିଚନ୍ଦ୍ର ବକ୍ସିପାତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଲୋକନୀତିର ଏକ ସ୍ବତନ୍ତ୍ର ବିଶେଷାଙ୍କ ପ୍ରକାଶ ପାଇବା ସହିତ ସାମ୍ବାଦିକ ଓ ସମାଜସେବା କ୍ଷତ୍ରରେ ଦୁଇ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସୃତି କମିଟି ପକ୍ଷରୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସଦସ୍ୟ ଜଗଦିଶ ଚନ୍ଦ୍ର, ବକ୍ସିପାତ୍ର ପ୍ରଦ୍ୟୁମ୍ନ ଶତପଥୀ ,ପ୍ରଶାନ୍ତ ପଣ୍ଡା ,ସୁବାସ ଦାସ, ଅଶୋକ ଦାସ, ଉପେନ୍ଦ୍ର ପାଢ଼ୀ , ସମରେନ୍ଦ୍ର ସାହୁ , ଦିଲ୍ଲୀପ ଦାସଶର୍ମା , ରବିନ୍ଦ୍ର କୁମାର ନାହାକ, ବିକାଶ ଗିରି , ରାହିମୋହନ ପଟ୍ଟନାୟକ , ବୁବୁ ମହାନ୍ତି , ଜ୍ୟୋତିପ୍ରସାଦ ମିଶ୍ର , ଚିତ୍ତରଞ୍ଜନ କର, ଦେବିନିରଞ୍ଜନ ମହାପାତ୍ର ଏବଂ ଅମର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.