Odisha Link
Bridging the Missing Links in Odisha

ବିପୁଳ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ, ୩ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନ ବିଭାଗ ପକ୍ଷରୁ ବିପୁଳ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ କରାଯାଇଛି। କପିଳାସ ଅଭୟାରଣ୍ୟରୁ ୨ ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଛି।ଏହାଛଡ଼ା ହାତୀ ଓ ବାରହା ଦାନ୍ତ, ଭାଲୁ ନଖ ଓ କଇଁଛ ଖୋଳ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଣେ ସ୍କୁଲ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଜିନେନି ସୂଚନା ଦେଇଛନ୍ତି।

ଗତକାଲି ମଧ୍ୟ କପିଳାସ ଅଭୟାରଣ୍ୟରୁ ବିପୁଳ ପରିମାଣର ବନ୍ୟଜନ୍ତୁ ସାମଗ୍ରୀ ଜବତ କରାଯାଇଥିଲା। ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ କରାଯିବା ସହ ଗତକାଲି ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିଲା।

Comments are closed.