ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର

ପୁରୀ: କରୋନା କଟଟଣା କରାୁ ଅନେକ ମାସ ଥରି ପୁରୀ ଶ୍ରୀମନ୍ଦିର ବନ୍ଦ କରାଯଇଥିଲା।ବର୍ତ୍ତମାନ ଭକ୍ତ ମାନଙ୍କର ସମସ୍ତ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆସନ୍ତାକାଲିଠୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କୁ ଏବଂ ଡିସେମ୍ବର ୩୧ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ।
ଜାନୁଆରୀ ୩ରୁ ଦର୍ଶନାକାଂକ୍ଷୀ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।
ଜାନୁଆରୀ ୩ରୁ ଠାକୁରଙ୍କୁ ବଲ୍ଳଭ ଭୋଗ ଲାଗି ହେବା ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ। ତେଣେ ରାଜ୍ୟର ଅନେକ ମନ୍ଦିର ଏବେ ବି ଖୋଲିବା ନିଷ୍ପତ୍ତି ହୋଇନଥିବାରୁ ଅସନ୍ତୋଷ ବଢୁଛି।
ଅନ୍ୟପଟେ ଆସନ୍ତା ୩ ତାରିଖରେ ଜଗତସିଂହପୁର ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ମନ୍ଦିର ଓ ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲିି ଅନୁଷ୍ଠିତ ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।
ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୫ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ବାରଣ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି।