ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ୨୧ଟି ମୂର୍ତ୍ତି ଚୋରି

ବାଣପୁର: ରାଜ୍ୟରେ ଦିନକୁ ଦିନ ଚୋର ସଂଖ୍ୟା ବଢିବାରେ ଲାଗିଛି। ଦୁବୃୃର୍ତ୍ତମାନେ ଶେଷରେ ମନ୍ଦିର ତାଲା ଭାଙ୍ଗି ୨୧ ମୃର୍ତ୍ତି ଚୋରି କରିନେଇଛନ୍ତି। ଏହି ଘଟଣାଟି ବାଣପୁରର ଶ୍ରୀ ଦକ୍ଷେଶ୍ୱର ମନ୍ଦିରେ ଘଟିଛି।
ସୂଚନା ଅନୁସାରେ, ମନ୍ଦିରର ମୁଖ୍ୟ କବାଟ ସହିତ ଗର୍ଭଗୃହର ତାଲା ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି କରିନେଇଛନ୍ତି ଦୁବୃର୍ତ୍ତ। ମନ୍ଦିରର ମୋଟ ୩୧ଟି ମୂର୍ତ୍ତି ମଧ୍ୟରୁ ୨୧ଟି ମୂର୍ତ୍ତି ଚୋରି ହୋଇଥିବା ପୂଜକ ଜାଣିବାକୁ ପାଇଥିଲେ।
ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ୱର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖ ଦେବାଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି । ଖବର ପାଇ ଦେବୋତ୍ତର ବିଭାଗ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।