୧୪୩ କେଜି ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ସମୟରେ ଏକ ଗ୍ୟାଙ୍ଗକୁ ଗିରଫ କରିବା ସହ ୧୪୩ କେଜି ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ। ମଙ୍ଗଳବାର ଭୋରୁ ଟାଉନ ପୁଲିସର ଏସଆଇ ରାଇଗନ କିଣ୍ଡେ ଓ ତାଙ୍କ ଷ୍ଟାଫ ସତିଗୁଡା ଡ୍ୟାମ ଛକ ନିକଟରେ ପଟ୍ରୋଲିଂ କରୁଥିଲେ। ଏହି ମାନେ ଗାଡିରେ ଆରକୁ ପଟୁ ଜୟପୁର ଦେଇ ଦିଲ୍ଲୀ ଯିବାବେଳେ ସତିଗୁଡା ଡ୍ୟାମ ଛକ ନିକଟରେ ଧରିଥିଲା ପୁଲିସ।
କାର ଡିକିରେ ୬ ପ୍ୟାକେଟ୍ ଜରିମୁଣିରେ ଗଞ୍ଜେଇ ରଖିଥିବା ପୁଲିସ ଦେଖିଥିଲା। ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲେ ମଧ୍ୟ ଏହି ବିଷୟରେ ସେମାନେ କିଛି ଉତ୍ତର ଦେଇ ନ ଥିଲେ। ପରେ ମାଜିଷ୍ଟ୍ରେମଟଙ୍କ ଉପସ୍ଥିତିରେ ଯାଞ୍ଚ ହୋଇଥିଲା।
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲ, ଉତ୍ତରପ୍ରଦେଶ ଆଲ୍ଲିଗଡ ଜିଲ୍ଲା କଲ୍ୟାଣ ନଗର ଅନ୍ତର୍ଗତ ସୁରେଶ ସିଂହଙ୍କ ପୁଅ ଦୀପକ ସିଂହ(୨୭), ନୂଆଦିଲ୍ଲୀ ଜିଲ୍ଲା ମାବି ମୋହଲ୍ଲା ଅଞ୍ଚଳର ଦିନେଶ ରବି ଦାସଙ୍କ ପୁଅ ରାଜୁ ରବି ଦାସ(୨୪) ଓ ହରିୟଣା ରାଜ୍ୟ ଫରିଦାବାଦ ଜିଲ୍ଲା ପଦମ ନଗର ଅଞ୍ଚଳର ଜଗଦୀଶ ଚୌହାନଙ୍କ ପୁଅ ବବଲୁ ଚୌହାନ(୨୪)।
ପୁଲିସ ୩୬୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଗୋଟିଏ ଲାପଟପ୍, ୩ଟି ମୋବାଇଲ ଓ ୧୯୦୦ଟଙ୍କା ଜବତ କରିଛି। ଡାକ୍ତରୀ ମାଇନା ପରେ ଆଜି ପୁଲିସ ସେମାନଙ୍କୁ ଉପଖଣ୍ଡ କାରାଗାରକୁ ପଠାଇଦେଇଛି।
Comments are closed.