ରାଉରକେଲାରେ ସେକ୍ସ ରାକେଟ ଠାବ

ରାଉରକେଲା : ରାଉରକେଲାରେ ସେକ୍ସ ରାକେଟ ଠାବ। ପୁଲିସର ଅତର୍କିତ ଭାବେ ଚଢ଼ାଉରେ ୨ ଦେହଜୀବୀଙ୍କ ସମେତ ଜଣେ ଦେହ ଦଲାଲ ଏବଂ ରାଣୀ ମହୁମାଛି ଗିରଫ ହୋଇଛନ୍ତି। ସେକ୍ଟର ୧୫ ପୁଲିସ ଏ ସଂପର୍କ ଜାଣିବା ପରେ ଷ୍ଟିଲପ୍ଲାଣ୍ଟ ନିକଟରେ ଥିବା ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା।
ପୁଲିସ ସୂଚନା ଅନୁସାରେ, ଦଲାଲ ମାଧ୍ୟମରେ ଗ୍ରାହକଙ୍କୁ ଡାକି ସେକ୍ସ କାରବାର ଚାଲିଥିଲା। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମୋବାଇଲ ସହ ବିଭିନ୍ନ ପ୍ରକାର ଆପତ୍ତିଜନକ ଜିନିଷ ମଧ୍ୟ ଜବତ ହୋଇଛି।
Comments are closed.