Odisha Link
Bridging the Missing Links in Odisha

ଦୁଇ ଜଣ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ରାଜ୍ୟ ସରକାର ଦୁଇ ଜଣ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବାଲେଶ୍ବର ବନ୍ୟପ୍ରାଣୀ ଅନ୍ତର୍ଗତ କୁଲଡିହା ରେଂଜ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଂଜ ଅଧିନରେ କାର୍ଯ୍ୟାରତ ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ ବାଧ୍ୟତାମୂଳକ ଭାବେ ଅବସର ମିଳିଛି। କର୍ତ୍ତବ୍ୟରେ ଅବହେଳା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟସରକାର ।

ସୂଚନା ଅନୁସାରେ, ଏ.ସି.ଏଫ୍‌ ଲକ୍ଷ୍ମଣ ପ୍ରଧାନଙ୍କ ବିରୁଦ୍ଧରେ ଲୋକପାଳଙ୍କ ନିକଟରେ ବହୁ ଦୁର୍ନୀତି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା ଓ ସେ ନିଲମ୍ବିତ ହୋଇଥିଲେ। ଭିଜିଲାନ୍ସ ବିଭାଗ ତାଙ୍କ ବିରୁଦ୍ଧରେ କର୍ତ୍ତବ୍ୟରେ ଅବହେଳା, ଆୟ ବହିର୍ଭୂତ ସଂପତ୍ତି ଠୁଳ ଯୋଗୁଁ ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ କରିଥିଲା।

କୁଲଡିହା ବନ୍ୟପ୍ରାଣୀ ରେଂଜରେ ଦାୟିତ୍ବରେ ଥିବା ବେଳେ ସ୍ଥାନୀୟ ଜଙ୍ଗଲରେ ଗୋଟିଏ ମୃତ ଓ ଗଳିତ ପୁରୁଷ ହସ୍ତୀ ମିଳିଥିଲା, ଯାହାର ଦାନ୍ତ ୨ଟିକୁ କାଟି ନିଆଯାଇଥିଲା। ଏସିଏଫ୍‌ ଲକ୍ଷ୍ମଣ ପ୍ରଧାନ ଆଉ ଅଧିକ ଦିନ ଚାକିରିରେ ରହିବା ଜନସ୍ବାର୍ଥ ବିରୋଧୀ ବୋଲି ହୃଦୟଙ୍ଗମ କରି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Comments are closed.