Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନୀଳଗିରି: କାର ଧକ୍କାରେ ବାଇକ ଆରୋହୀ ମୃତ। ଏହି ଦୁର୍ଘଟଣାଟି ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହା ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସିନ୍ଧିଆ ଗାଁର କାର୍ତ୍ତିକ ନାୟକ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହାରେ ଓଡ଼ି୦୫ଏଏକ୍ସ-୪୦୪୫ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର୍ ନୀଳଗିରି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସିନ୍ଧିଆ ଗାଁର କାର୍ତ୍ତିକଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ କାର୍ତ୍ତିକଙ୍କର ମୃତ୍ୟ ହୋଇଥିବା ଜଣାପଡିଛି। ଖନ୍ତାପଡା ପୋଲିସ ତଦନ୍ତ କରି ଶବଟିକୁ ପୋଷ୍ଟମର୍ଟମ ପାଇଁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଛି ।

Comments are closed.