Odisha Link
Bridging the Missing Links in Odisha

ଗୃହରେ ମହାନଦୀ ବିବାଦ ପ୍ରସଙ୍ଗ ଉଠାଇଲେ ବିଧାୟକ ପ୍ରଦୀପ ଅମାତ

ଭୁବନେଶ୍ୱର: ମହାନଦୀ ବିବାଦ ନେଇ ସିଡବ୍ଲୁ୍ୟସି ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଉନଥିବା ବିଜେଡି ବିଧାୟକ ପ୍ରଦୀପ ଅମାତ ଗୃହରେ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ, ହୀରକୁଦର ଉପର ମୁଣ୍ଡରେ ବିବାଦ ଅଛି, ତଳମୁଣ୍ଡରେ ବିବାଦ ନାହିଁ । ବୌଦ୍ଧ ଜିଲ୍ଲାର ୨ଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି ବୋଲି ଶ୍ରୀ ଅମାତ ପ୍ରଶ୍ନ କରିଛନ୍ତି । ସିଡବ୍ଲୁ୍ୟସି ସତୀଘାଟ ଲକ୍ଷ୍ମୀପଦର ପ୍ରକଳ୍ପ ଫେରାଇ ଦେଇଛନ୍ତି ବୋଲି ଅମାତ କହିଛନ୍ତି ।

ପ୍ରଦୀପଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ସିଡବ୍ଲୁ୍ୟସି ସ୍ଥଗିତ ରଖିଛନ୍ତି, ଟ୍ରିବୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି । ବିଭାଗ ସିଡବ୍ଲୁ୍ୟସି ସହ ଯୋଗାଯୋଗରେ ଅଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।

Comments are closed.