Odisha Link
Bridging the Missing Links in Odisha

ଭାରତ ଫେରିବେ ନିରବ ମୋଦି

ଭୁବନେଶ୍ବର: ଭାରତ ଫେରିବେ ବହୁଚର୍ଚ୍ଚିତ ବ୍ୟାଙ୍କ ଠକେଇ ଅଭିଯୁକ୍ତ ନିରବ ମୋଦି। ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି। ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି ।

ମୁଁ ଏହି କଥାରେ ସନ୍ତୁଷ୍ଟ ଅଛି କି ଏହି ପ୍ରମାଣ ଆଧାରରେ ନୀରବ ମୋଦିଙ୍କୁ ଦୋଷୀ ଭାବେ ଗ୍ରହଣ କରାଯିବ। ଶୁଣାଣି କରୁଥିବା ଜଜ୍ ସାମୁଏଲ ଗେଜୀ କହିଛନ୍ତି କି ଏହା ସ୍ପଷ୍ଟ ହୋଇଛି ଯେ ଭାରତ ତରଫରୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ନୀରବ ମୋଦିଙ୍କୁ ଦେବାକୁ ପଡ଼ିବ। ଏହାସହ ନୀରବ ମୋଦିଙ୍କ ଦ୍ୱାରା କୋର୍ଟରେ ଦିଆଯାଇଥିବା ପ୍ରମାଣର କୌଣସି ତାଳମେଳ ନଥିବା ଜଜ୍ କହିଛନ୍ତି।

ଅନ୍ୟପଟେ ସାକ୍ଷୀ ମାନଙ୍କୁ ନୀରବ ମୋଦିଙ୍କ ପକ୍ଷରୁ ଧମକ ଚମକ ଦିଆଯାଉଥିବା କଥା କୋର୍ଟ ସ୍ୱୀକାର କରିଛନ୍ତି। ଆଜିର ଶୁଣାଣି ପରେ ବ୍ରିଟେନର ୱେଷ୍ଟମିନିଷ୍ଟ୍ରେଟ୍ କୋର୍ଟରେ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଶେଷ ହୋଇଛି । ଆଶା କରାଯାଉଛି କି ୧୩ ହଜାର କୋଟିର ବ୍ୟାଙ୍କ ଠକେଇ କରିଥିବା ନୀରବ ମୋଦି ଙ୍କୁ ଏବେ ଭାରତ ପଠାଇବ ବ୍ରିଟେନ୍।

ତାଙ୍କୁ ଭାରତ ଫେରାଇବା ନେଇ ହୋଇଥିବା ମାମଲାର ଶୁଣାଣି କରି ଗତ ମାସ କୋର୍ଟ ଆଜିର ତାରିଖରେ ଶୁଣାଣି କରିବେ ବୋଲି ଦିନ ଧାଯ୍ୟ କରିଥିଲେ। ପୂର୍ବମାସ ଶୁଣାଣି ବେଳେ ଭାରତୀୟ ଯାଞ୍ଚ ଏଜେନ୍ସି ର ପ୍ରତିନିଧିତ୍ୱ କରୁଥିବା କ୍ରାଓନ ପ୍ରସୁକ୍ୟୁସନ ସର୍ଭିସ(ସି.ପି.ସି) ବ୍ରିଟେନ କୋର୍ଟ କୁ କହିଥିଲେ କି ନୀରବ ମୋଦି ‘ପୁଞ୍ଜି ଭଳି ଯୋଜନା’ ରେ ସାମିଲ ଥିଲେ।

ତେଣୁ ସେ ହିଁ ଅର୍ଥ ହେରଫେର ପାଇଁ ଦାୟୀ ଅଟନ୍ତି। ଏହି କ୍ରମରେ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ଠକି ନେଇଥିଲେ। ଏହି ଶୁଣାଣି ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ପଳାତକ ନୀରବ ମୋଦି।

କ୍ରାଓନ ପ୍ରସୁକ୍ୟୁସନ ସର୍ଭିସ କୋର୍ଟଙ୍କୁ ଆହୁରି କହିଥିଲେ କି ନୀରବ ମୋଦି ବ୍ୟାଙ୍କ ଅଧିକାରୀଙ୍କ ସହ ଷଡ଼ଯନ୍ତ୍ର କରି ୩ ଟି ଫର୍ମକୁ ବ୍ୟବହାର କରି ବ୍ୟାଙ୍କକୁ ଧୋକ୍କା ଦେଇଥିଲେ।

Comments are closed.