୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ଧ୍ରପ୍ରଦେଶର ସୀମାନ୍ତରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲଣାରେ ସମୟରେ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ୍। ଏହି ମାମଲା ପୁଲିସ ୪ ଜଣଙ୍କୁ ଅଟକ ରଖିଛି।
ପ୍ରକାଶ ଯେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି. ପି.ଓଙ୍କ ତତ୍ଵାବଧାନରେ ଲମତାପୁଟ ପୁଲିସ ସଗର ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ। ଏହି ସମୟରେ ଆନ୍ଧ୍ରପ୍ରଦେଶ ଆଡୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଅଟୋକୁ ଅଟକାଇ ଥିଲା ପୁଲିସ, କିନ୍ତୁ ଅଟୋ ଦୁଇଟି ବିପରୀତ ଦିଗକୁ ଚାଲିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ସାନସଗର ଗ୍ରାମ ନିକଟରେ କାବୁ କରିଥିଲା ପୁଲିସ।
ଯାଞ୍ଚ୍ ବେଳେ ଏହି ଦୁଇଟି ଅଟୋର ପଛପଟେ ଗଞ୍ଜେଇ ମିଳିଥିଲା । ଏହି ମାମଲାରେ ଅଟକ ଥିବା ଯୁବକମାନେ ହେଉଛନ୍ତି ମାଛ କୁଣ୍ଡ ଥାନା ଅନ୍ତର୍ଗତ କଣ୍ଟା ଗ୍ରାମର ଯୋଗେଶ ହନ୍ତାଳ, ହନୁମଞ୍ଜର ଗ୍ରାମର ଗୋବିନ୍ଦ କ୍ରୀସନୀ ଏବଂ ହରିଆଣା ଅଞ୍ଚଳର ଶ୍ୟାମ ସିଙ୍ଗ, ରାମପାଲ ସିଙ୍ଗ।
ଏନେଇ ନନ୍ଦପୁର ଏସଡ଼ିପିଓ କହିଛନ୍ତି ଯେ, ପୁଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଯେତିକି ସଫଳତା ପାଉଛି ଗଞ୍ଜେଇ ମଫିଆ ବିଭିନ୍ନ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ତେଣୁ ଆଗାମୀ ଦିନ ମାନଙ୍କରେ ଗଞ୍ଜେଇ ମଫିଆ ଧରିବା ପାଇଁ ପୋଲିସ ନୂଆ ରଣନୀତି ପ୍ରସ୍ତୁତ କରୁଛି ।
Comments are closed.