ଇସ୍ରାଏଲ ଓ ପାଲେଷ୍ଟାଇନ୍ ବିବାଦ, ୩୨ ମୃତ

ତେଲ ଅଭିଭି: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବଢିବାରେ ବଢିବାରେ ଲାଗିଛି। ହମାସ ଇସ୍ରାଏଲର ଗାଜା ଉପରେ ୧୦୦ରୁ ଅଧିକ ରକେଟ୍ ମାଡ କରିଛି। ଯେଉଁଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
ଏହି ରକେଟ ମାଡରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବା ବେଳେ ୨୨୦ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ସୂଚନା ମିଳିଛି।
Israel-Palestine conflict: Death toll in Gaza rises to 32, explosions heard in Tel Aviv
Read @ANI Story | https://t.co/WIK2x0SHAK pic.twitter.com/Tw5sGFx3B2
— ANI Digital (@ani_digital) May 12, 2021
ହମାସରୁ ହୋଇଥିବା ଏହି ଆକ୍ରମଣର ଜବାବ ଦିଆଯାଇଥିବା କହିଛି ଇସ୍ରାଏଲ ସେନା। ଏଥିରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛ । ସମ୍ପୃକ୍ତ ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି। ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା। ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ବାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା।