Odisha Link
Bridging the Missing Links in Odisha

ବାବା ରାମଦେବଙ୍କୁ ସମନ

ନୂଆଦିଲ୍ଲୀ: ବାବା ରାମଦେବ ପିଛା ଛାଡୁନି ବିବାଦ। ପୁଣି ଅଡୁଆରେ ପଡିଛନ୍ତି ଯୋଗଗୁରୁ ବାବା ରାମଦେବ। ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରିଛି। ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଆଧାରରେ କୋର୍ଟ ଏହି ସମନ ପଠାଇଥିବା ଜଣାପଡିଛି।

ସୂଚନା ମୁତାବକ, ପତଞ୍ଜଳୀର କରୋନିଲ୍ କିଟ୍କୁ ନେଇ ବାବା ରାମଦେବ ଭୁଲ୍ ତଥ୍ୟ ବିସ୍ତାର କରୁଛନ୍ତି ତେଣୁ ତାକୁ ରୋକିବାକୁ ଦାବି କରାଯାଇଛି। ତେବେ ହାଇକୋର୍ଟ ପକ୍ଷରୁ ଜୁଲାଇ ୧୩ ଅର୍ଥାତ୍ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ କୌଣସି ଉତ୍ତେଜନାମୂଳକ ବିବୃତ୍ତି ଏବଂ ମକଦ୍ଦମା ଉପରେ ଜବାବ ଦିଅନ୍ତୁ ନାହିଁ ବୋଲି ରାମଦେବ ବାବାଙ୍କ କାଉନ୍ସିଲକୁ କୁହାଯାଇଛି।