Odisha Link
Bridging the Missing Links in Odisha

ସାମାଜିକ ଗଣମାଧ୍ୟମକୁ ଡରୁଛିକି ଲୋକସମ୍ପର୍କ ବିଭାଗ

ଭୁବନେଶ୍ବର: ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ବରରେ ଓଡ଼ିଶାରେ ଏକ ଜନ କଲ୍ୟାଣକାରୀ ସରକାର ଗଠନ ହୋଇଛି। ନବୀନଙ୍କ ନିର୍ଦ୍ବନ୍ଦ ଶାସନ ପଛରେ ରହିଛି ମାଳ ମାଳ ହିତକର ଯୋଜନା। ଯେଉଁଥିପାଇଁ ଓଡ଼ିଶାରେ ୨୧ ବର୍ଷ ଧରି ଶାସନ କରୁଛନ୍ତି ନବୀନ ପଟ୍ଟନାୟକ। ସରକାରଙ୍କ ଯୋଜନା ଗୁଡ଼ିକୁ ଜନତାଙ୍କ ନିକଟରେ ପହଁଞ୍ଚାଇଇବାର ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କର ବିଭାଗ।

ଆଉ କରୋନା କାଳରେ ଏହି ବିଭାଗ ସୋସିଆଲ ମିଡିଆରେ କିଭଳି ଲୋକଙ୍କୁ ସଚେତନତା କରାଇଥିଲା ତାହା ସମସ୍ତଙ୍କୁ ପ୍ରାୟ ଜଣାଥିବ। କେଉଁଠି କେତେ ଆକ୍ରାନ୍ତ ବାହାରିଲେ, କରୋନା କାଳରୋ କ’ଣ କରିବେ ନକରିବେ ଏଭଳି ବହୁତ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ଲୋକଙ୍କୁ ସଚେତନ କରୁଥିଲା ରାଜ୍ୟ ସରକାରଙ୍କ ଲୋକ ସମ୍ପର୍କ ବିଭାଗ। କିନ୍ତୁ ଏବେ କିଛି ଦିନ ହେବ ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ଲୋକଙ୍କ ସମ୍ପର୍କରେ ରହିବାକୁ ମନେ କରୁନାହିଁ ବୋଲି ପରିରିଲିକ୍ଷିତ ହେଉଛି।

ଏହିକଥା ଆମେ ଆପଣଙ୍କ ଏଇଥିପାଇଁ କହୁଛୁ ଯେ, ଗତ କିଛି ଦିନ ହେବ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ @IPR_Odisha ର କମେଣ୍ଟ ସେକ୍ସନ ହାଇଡ ବା ମ୍ୟୁଟ୍ ଅଛି। ଫଳରେ ୟୁଜରମାନେ ବିଭାଗର ପୋଷ୍ଟ, ଘୋଷଣା ବା ସୂଚନା ଉପରେ କୌଣସି ମତାମତ ଦେଇପାରୁନାହାନ୍ତି। ଯେଉଁମାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଫଲୋ କରୁଥିବ ବା ମେନସନ/ଟ୍ୟାଗ କରିଥିବ କେବଳ ସେହିମାନେ ହିଁ ମତାମତ ଦେଇ ପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଯାହା ସ୍ପଷ୍ଟ ହେଉଛି ଲୋକସମ୍ପର୍କ ବିଭାଗ ଆଉ ସାଧାରଣ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହିଁ।

ସୂଚନାଯୋଗ୍ୟ, ସରକାରୀ ସଂସ୍ଥା ବା ବିଭାଗ ଗୁଡିକର ଟ୍ବିଟର ହ୍ୟାଣ୍ଡେଲ ଗୁଡ଼ିକ କୌଣସି ସାଧାରଣ ଲୋକଙ୍କୁ ବା ଜନତାଙ୍କୁ ଫଲୋ କରନ୍ତି ନାହିଁ କିମ୍ବା ତାଙ୍କ ଟ୍ୱିଟରେ ମେନସନ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ ଜଣେ ସାମାନ୍ୟ ନାଗରିକ କିଭଳି ଭାବେ ସରକାରଙ୍କୁ ନିଜର ମତାମତ ଜଣାଇବ ତାହା ଏକ ବଡ ପ୍ରଶ୍ନବାଚୀ ହୋଇଛି। ଅନେକ ସମୟରେ କଟାକ୍ଷ କିମ୍ୱା ସମାଲୋଚନାର ଶିକାର ହେବା ଆଶଙ୍କାରେ ୟୁଜରମାନେ ସେମାନଙ୍କ କମେଣ୍ଟ ସେକ୍ସନଙ୍କୁ ହାଇଡ୍ କରି ରଖନ୍ତି। କିନ୍ତୁ ଗୋଟିଏ ସରକାରୀ ସଂସ୍ଥାକୁ କାହାର ଭୟ ରହିଛି ନା ଏହା ପଛରେ କ’ଣ ରହସ୍ୟ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଜଣେ ଟ୍ୱିଟର ୟୁଜର କହିଛନ୍ତି।

Leave A Reply

Your email address will not be published.