Odisha Link
Bridging the Missing Links in Odisha

ଘରୋଇ ବସ୍ ମାଲିକ ସଂଘର ଚେତାବନୀ, ଦାବି ପୂରଣ ନହେଲେ ବସ୍ ଚଳାଚଳ ବନ୍ଦ

ଜାନୁଆରୀ ୧୬ତାରିଖ ସୁଦ୍ଧା ଯଦି ଦାବି ପୂରଣ ନକରାଯାଏ ତେବେ ୧୭ ତାରିଖରୁ ବସ ଚଳାଚଳ ବନ୍ଦ ରହିବ।

ଓଏଲ୍‌ ବ୍ୟୁରୋ : ଦାବି ପୂରଣ ନହେଲେ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଜାନୁଆରୀ ୧୬ତାରିଖ ସୁଦ୍ଧା ଯଦି ଦାବି ପୂରଣ ନକରାଯାଏ ତେବେ ୧୭ ତାରିଖରୁ ବସ ଚଳାଚଳ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିଶନର ବସ ଚଳାଇବା ପାଇଁ ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ଫିଟ୍ ଗାଡିକୁ ପରମିଟ ମିଳୁନାହିଁ।

୮ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ କହିଛି ଘରୋଇ ବସ୍ ମାଲିକ ସଂଘ। ଏହା ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତି ହୋଇଛି। ବିଭିନ୍ନ ଦାବିକୁ ପୂରଣ କରିବାକୁ ୨୦୨୦ରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି କୌଣସି ସମାଧାନର ବାଟ ବାହାରି ପାରିନଥିଲା। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବସ ମାଲିକ ସଂଘ। ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ଘରୋଇ ବସ୍ ବନ୍ଦ କରିବାକୁ ବସ୍ ମାଲିକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି।