୨୧ରୁ ରାଜ୍ୟ ବଜେଟ୍ ଅଧିବେଶନ
ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ
ଓଏଲ୍ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରୀ ୨୪ ତାରିଖରେ ରାଜ୍ୟ ବଜେଟ ଆଗତ ହେବ। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏଁ ୨ଟି ପର୍ଯ୍ୟାୟରେ ଚାଲିବ ରାଜ୍ୟ ବଜେଟ ଅଧିବେଶନ। ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।