Odisha Link
Bridging the Missing Links in Odisha

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଅଗ୍ନିକାଣ୍ଡ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆବୁଧାବିରୁ କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଥିଲା

ଓଏଲ୍‌ ବ୍ୟୁରୋ : ମଝି ଆକାଶରେ ଅଘଟଣ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଝି ଆକାଶରେ ଯିବାବେଳେ ଅଗ୍ନିକାଣ୍ଡ ହୋଇଛି। ବିମାନରେ ଅଗ୍ନିକାଣ୍ଡ କାରଣରୁ ବିମାନ ଜରୁରୀ ଅବତରଣ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆବୁଧାବିରୁ କାଲିକଟ ଉଡାଣ ଆରମ୍ଭ ବେଳେ ନିଆଁ ଲାଗିଥିଲା। ବିମାନ ଉଡାଣର କିଛି ସମୟରେ ୧ ନମ୍ବର ଇଞ୍ଜିନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି।