Odisha Link
Bridging the Missing Links in Odisha

ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଚାଲିଗଲା ପ୍ରତିଯୋଗୀଙ୍କ ଜୀବନ

ପୁରୀ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ରାଜସ୍ଥାନ ଯୋଧପୁରରୁ ଆସିଥିଲେ ଜଣେ ବ୍ୟକ୍ତି

ଓଏଲ୍‌ ବ୍ୟୁରୋ: ପୁରୀରେ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ଘର ରାଜସ୍ଥାନ ଯୋଧପୁରର ହୋଇଥିବାବେଳେ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତାରେ ସେ ଭାଗ ନେବାକୁ ଆସିଥିଲେ।

ଖବର ଅନୁସାରେ, ପୁରୀ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ରାଜସ୍ଥାନ ଯୋଧପୁରରୁ ଆସିଥିଲେ ଜଣେ ବ୍ୟକ୍ତି। ପ୍ରତିଯୋଗିତା ବେଳେ ସେ ଅସୁସ୍ଥ ହେବାରୁ ତାଙ୍କୁ ପୁରୀ ମେଡିକାଲ ଅଣାଯାଇଥିଲା। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।