Odisha Link
Bridging the Missing Links in Odisha

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ଆସନ୍ତା ୨୬ ଯାଏଁ ବର୍ଷା ହେବାର ଆଶଙ୍କା

ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ତ୍ରାହି। ରାଜ୍ୟରେ କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରବାହରେ ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଜି ଓ କାଲି ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ୩୦ରୁ ୪୦ କିମି ବେଗରେ ବହିପାରେ ପବନ। ତେବେ ହୁ ହୁ ହୋଇ ବଢୁଥିବା ତାପମାତ୍ରାରେ ନିୟନ୍ତ୍ରଣ ଆସିଯାଇଛି।

ଖବର ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୋହଲା ଥିବାର ସୂଚନା ରହିଛି। କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି। ଗତକିଛି ଦିନ ହେବ ଲାଗିରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ବୋଲି ଆଶା ରହିଛି। ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି କାଳବୈଶାଖୀ ପ୍ରବାହରେ ବର୍ଷା ହୁଏ ତେବେ ତାତିରୁ ତ୍ରାହି ମିଳିବ।