Odisha Link
Bridging the Missing Links in Odisha

ବିଜେଡିରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି: ପୃଥ୍ବୀରାଜ ହରିଚନ୍ଦନ

ଯେଉଁମାନେ ରାବଣରାଜ ଶେଷ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ ପ୍ରକ୍ରିୟା। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ତେବେ ଏହାରି ମଧ୍ୟରେ ବିଜେଡିରେ ଶହେରୁ ଅଧିକ ବିଭୀଷଣ ବାହାରିବେ ବୋଲି କହି ଚର୍ଚ୍ଚାରେ ବିଜେପିର ପୃଥ୍ବୀରାଜ ହରିଚନ୍ଦନ। ବିଜେଡିର ରାବଣରାଜ୍ ଶେଷ କରିବାକୁ ଶହେ ବିଭୀଷଣ ବାହାରିବେ। ଯେଉଁମାନେ ରାବଣରାଜ ଶେଷ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।

ସେ ଆହୁରି ମଧ୍ୟ କହିଛନ୍ତି, ଏବେ ବିଜେଡି ଓ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଏକଛତ୍ରବାଦ ଚାଲିଛି। ଏହାକୁ ଶେଷ କରିବାକୁ ବିଜେଡିରୁ ଶହେରୁ ଉର୍ଦ୍ଧ୍ବ ବିଭୀଷଣ ବାହାରିବେ। ବିଜେଡିରେ ୮୦ପ୍ରତିଶତ ନେତା ଦଳ ଛାଡ଼ିବା ନେଇ ମାନସିକ ଭାବେ ପ୍ରସ୍ତୁତ। କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି। ବିଜେଡିରେ ବିଘଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଖାଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ।

ଅନ୍ୟପଟେ, ବିଜେଡି ବିଧାୟକ ବିଜେପି ଲିଙ୍କରେ ଥିବା ନେଇ ମନମୋହନ ସାମଲ ନିଜର ମନ୍ତବ୍ୟ ରଖିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ତାଙ୍କ ବିଧାୟକ ଆମ ଲିଙ୍କରେ ଓ ଆମ ବିଧାୟକ ତାଙ୍କ ଲିଙ୍କରେ ଅଛନ୍ତି। ସେଇଟା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା। ନିର୍ବାଚନ ଯେତେ ପାଖେଇ ଆସିବ, ସେମିତି ବିଭିନ୍ନ ଚର୍ଚ୍ଚା ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

Leave A Reply

Your email address will not be published.