Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷା ବିଭାଗର ଚିଠି; ୭ ଦିନରେ କଲେଜର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଗୁଣାତ୍ମକ ଶିକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡିଗ୍ରୀ କଲେଜ, ଶିକ୍ଷକ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। କଲେଜର ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଭିତ୍ତିଭୂମି ସହ ଆବଶ୍ୟକତା ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଗାମୀ ୭ ଦିନରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।