Odisha Link
Bridging the Missing Links in Odisha

ଆଜି ବିଜେପିରେ ମିଶିବେ ପ୍ରକାଶ ମିଶ୍ର, କଟକରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି।

ସୂଚନା ଅନୁସାରେ ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗଦେବେ। ଆଜି ଅପରାହ୍ନରେ ସେ ଦଳରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

୧୯୭୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ପ୍ରକାାଙ୍କର ସମ୍ପର୍କ ଓଡ଼ିଶାର ବିଜେଡି ସରକାର ସହ ବେଶ୍‌ ତିକ୍ତ ରହିଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟରେ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହେବା ଲାଗି କେହନ୍ଦ୍ର ସରକାର ତାଙ୍କୁ ଡେପୁଟେସନରେ ନେବାକୁ ଚାହୁଁଥିବା ବେଳେ ଓଡ଼ିଶା ସରକାର ଅନୁମତି ଦେଇନଥିଲେ। ବରଂ ତାଙ୍କୁ ପୁଲିସ ମହା ନିର୍ଦ୍ଦେଶକ ପଦରୁ ହଟାଇ ଅପେକ୍ଷାକୃତ ନିମ୍ନ ସ୍ତରର ପଦବୀ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା।

ପରେ ସେ ସିଆରପିଏଫ୍‌ ମହା ନିର୍ଦ୍ଦେଶକ ଭାବେ କେନ୍ଦ୍ରକୁ ଯାଇଥିଲେ। ୨୦୧୫ ମସିହାରେ ସେ ସିବିଆଇ ମୁଖ୍ୟ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଉପରେ ଭିଜିଲାନ୍ସ ମାମଲା କରି ଓଡ଼ିଶା ସରକାର ତାହା କରାଇ ଦେଇ ନଥିଲେ। ଅବଶ୍ୟ ପରେ ଓଡ଼ିଶା ହାଇ କୋର୍ଟ ଏଭଳି ଭିଜିଲାନ୍ସ ମାମଲାକୁ ନାକଚ କରିଦେଇଥିଲେ।

Comments are closed.