Odisha Link
Bridging the Missing Links in Odisha

ନାମ ବଦଳାଇଲେ ରାହୁଲ ଗାନ୍ଧି, ପଢନ୍ତୁ କାହିଁକି

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଏକ ଏମିତି ନାମ ଯାହାକି ସାରା ଭାରତରେ ପରିଚିତ। ହେଲେ ରାହୁଲ ଗାନ୍ଧି ନାମକୁ ନେଇ ଜଣେ ବ୍ୟକ୍ତି ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ତାଙ୍କରି ନାମ ମଧ୍ୟ ରାହୁଲ ଗାନ୍ଧି ଏବଂ ତାଙ୍କ ବୟସ ୨୩ ବର୍ଷ। ସେ ଇନ୍ଦୋର ବାସିନ୍ଦା। ତାଙ୍କ ପିତାଙ୍କ ନାମ ରାଜେଶ ଗାନ୍ଧି ଯିଏକି ଜଣେ କପଡ଼ା ବେପାରୀ।

ରାହୁଲଙ୍କ ଜୀବନ ବହୁତ ଭଲ ଥିଲା। ହେଲେ ରାହୁଲ ଗାନ୍ଧି ନାମକୁ ନେଇ ହଟହଟା ହେବାକୁ ପଡ଼ିଛି ଇନ୍ଦୋରର ଯୁବକଙ୍କୁ। ସମସ୍ତେ ରାହୁଲ ଗାନ୍ଧି ନାମକୁ ନେଇ ଲୋକ ମଜାକ ଉଡ଼ାଇବାରେ ଲାଗିଲେ। ସେସବୁ ଠିକ୍‌ ଥିଲା ହେଲେ ଗୋଟିଏ ପରେ ଗୋଟିଏ ସରକାରୀ କାମରେ ରାହୁଲଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କୌଣସି କାର୍ଯ୍ୟକୁ ଗଲେ ମଧ୍ୟ ରାହୁଲଙ୍କ ଆଗରେ ପ୍ରଶ୍ନର ପାହାଡ଼ ଠିଆ ହୋଇଯାଏ। ଯେମତିକି କିଏ କିଏ ପଚାରନ୍ତି ତୁମ ନିଜ ନାମ କୁହତ ଆଉ କେହି କୁହନ୍ତି ଆଇଡ଼ି କାର୍ଡ଼ ଫର୍ଜରି ନୁହଁତ? ଏଥିସହିତ ଭାଇ ମଜାକ କରନି ତମ ନିଜ ନାମଟି କୁହ ବୋଲି କହୁନ୍ତି।

ନାମ ଦେଖି ବିଭିନ୍ନ କମ୍ପାନୀ ସିମ୍‌ ଦେବାକୁ ମଧ୍ୟ ମନା କରିଛନ୍ତି। ସମୟେ ସମୟେ ତାଙ୍କ ଡକୁମେଣ୍ଟ ଦେଖି ତାଙ୍କର ଫେକ୍‌ ଡକୁମେଣ୍ଟ ବୋଲି କୁହାଯାଏ। ପରେ ରାହୁଲ କୌଣସି ଜିନିଷ ବି କିଣୁଥିଲେ ତ ତାହା ତାଙ୍କ ଭାଇ ନାମରେ କିଣୁଥିଲେ। ଦିନେ ଏକ କାର କିଣିବା ପାଇଁ ଏକ ବ୍ୟାଙ୍କକୁ କାର ଲୋନ୍‌ ବିଷୟରେ ଜାଣିବା ପାଇଁ ଫୋନ୍‌ କରିଥିଲେ। ଅପରପକ୍ଷେ ଜଣେ ମହିଳା ଫୋନ କଲ ଉଠାଇଥିଲେ। ତାଙ୍କ ସହିତ ଭଲ ଭାବରେ କଥା ହୋଇ ପ୍ଲାନ୍‌ ବିଷୟରେ କଥା ହେଲେ। ପରେ ବ୍ୟାଙ୍କ କର୍ମଚାରୀ ଜଣକ ରାହୁଲଙ୍କ ନାମ ପଚାରିବାରୁ ରାହୁଲ ସେହି ମହିଳାଙ୍କୁ ତାଙ୍କ ନାମ ରାହୁଲ ଗାନ୍ଧି ବୋଲି କହିଥିଲେ। ଏହି ନାମ ଶୁଣିବା ପରେ ମହିଳା ଜଣକ ରାହୁଲ ଗାନ୍ଧି କେବେଠୁ ଦିଲ୍ଲୀ ଛାଡ଼ି ଇନ୍ଦୋରରେ ରହିଲେଣି ବୋଲି କହି ଫୋନ କଲଟିକୁ କାଟି ଦେଇଥିଲେ।

ଏହା ପରେ ରାହୁଲ ନିରାଶ ହୋଇଯାଇଥିଲେ। ଫଳରେ ୨୩ ବର୍ଷିୟ ରାହୁଲ ଗାନ୍ଧି ତାଙ୍କ ନାମ ବଦଳାଇଥିବା ପ୍ରକାଶ ପାଇଛି। ରାହୁଲ ତାଙ୍କ ଶେଷ ନାମକୁ ବଦଳାଇ ମାଲବୀୟ ଲେଖିବା ଆରମ୍ଭ କରିଛନ୍ତି। ଏଥି ସହିତ ରାହୁଲ ତାଙ୍କର ସବୁ ଡକୁମେଣ୍ଟସ୍‌ ଗୁଡ଼ିକୁ ରାହୁଲ ଗାନ୍ଧିରୁ ରାହୁଲ ମାଲବୀୟ ନାମରେ ବଦଳାଉଛନ୍ତି। ରାହୁଲ କହିଛନ୍ତି କି ନାମ ଏକ ହେବାରୁ ମୁଁ ଏପର୍ଯ୍ୟନ୍ତ ମୋର ଏକ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ କରି ପାରିନାହିଁ।

Comments are closed.