Odisha Link
Bridging the Missing Links in Odisha

ବିଧାନସଭା: ସରକାରୀ ଉଦ୍ୟୋଗ ଗୁଡ଼ିକରେ ୧୦ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ ହଜାର ହଜାର ପଦବୀ ଖାଲି ପଡ଼ିଛି। ହେଲେ ସରକାର ସେମାନଙ୍କ ନିଯୁକ୍ତି ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନଥିବା ଦେଖାଯାଉଛି। ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୃହରେ ରଖିଥିବା ଉତ୍ତରରୁ ଏହା ଏବେ ସ୍ପଷ୍ଟ ବାରି ହେଉଛି। ରାଜ୍ୟରେ ସରକାରୀ ଉଦ୍ୟୋଗ ଗୁଡ଼ିକରେ ୧୦ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡ଼ିଛି। ସେହିପରି ସବୁଠାରୁ ଅଧିକ ଲାଭରେ ଚାଲୁଥିବା ଓଡ଼ିଶା ଖଣି ନିଗମରେ ପ୍ରାୟ ୯୦୦ ନିଯୁକ୍ତି ଖାଲି ପଡ଼ିଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

ଆଜି ଗୃହରେ ନିଯୁକ୍ତି ଓ ବେକାରୀ ପ୍ରସଙ୍ଗରେ ବିଭିନ୍ନ ଦଳର ସଦସ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ରାଜ୍ୟରେ କେତେ ପଦବୀ ଖାଲି ପଡ଼ିଛି ସେ ନେଇ ପଚରାଯାଇଥିବା ପ୍ରଶ୍ନରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଥିଲେ। ସେ ଦେଇଥିବା ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟରେ ବେକାରୀ ସମସ୍ୟା ଏତେ ଉତ୍କଟ ରୂପ କାହିଁକି ଧାରଣ କରିଛି। ସରକାରୀ ଉଦ୍ୟୋଗ ଗୁଡ଼ିକରେ ୧୦,୪୭୩ ପଦବୀ ଖାଲି ପଡ଼ିଛି। ସେହିପରି ଓଏମ୍‌ସି ୮୯୬ ପଦ ଖାଲି ରହିଥିବା ମନ୍ତ୍ରୀ କହିଛନ୍ତି।ଅପରପକ୍ଷେ ରାଜ୍ୟ ସରକାର ବେକାରୀ ସମସ୍ୟା ପ୍ରତି ଉଦାସୀନତା ମନଭାବ ଦେଖି ଗୃହରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।

Comments are closed.