Odisha Link
Bridging the Missing Links in Odisha

ଗାନ୍ଧୀ-ଗଡସେଙ୍କୁ ନେଇ ପୁଣି ବିଧାନସଭାରେ ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର : ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ ଓ ଗଡସେ ପ୍ରସଙ୍ଗ । ସଂସଦରେ ବନ୍ଦେ ମାତରମ କହିବାକୁ ବାଧ୍ୟ କରାଯାଉଥିବା ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।ଏପରିକି ଏଥିପାଇଁ କାହାକୁ ବାଧ୍ୟ କରାଯାଇପାରିବନି ବୋଲି ସେ ଯୁକ୍ତି ରଖିଥିଲେ । ବିଜେପିକୁ ଟାର୍ଗେଟ କରି କହିଥିଲେ, ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ମୁର୍ଦାବାଦ କହିପାରିବେ କି ବିଜେପି ସଦସ୍ୟ । ନାଥୁରାମ ଗଡସେକୁ ବିଜେପିର କିଛି ନେତା ଦେଶ ପ୍ରେମୀ କହୁଥିବା ନରସିଂହ କହିବା ପରେ ଏହାର କଡା ଜବାବ ରଖିଛନ୍ତି ବିରୋଧୀ ଦଳ ଉପନେତା ।
ବିଷ୍ଣୁ ସେଠୀ କହିଛନ୍ତି, ଗାନ୍ଧୀ ଓ ନେହେରୁ ମଧ୍ୟ ଆରଏସଏସକୁ ପସନ୍ଦ କରୁଥିଲେ । ଦେଶ ବିଭାଜନ ବେଳେ ଗାନ୍ଧୀ ନୂଆଖଳିରେ ବଶି କାନ୍ଦୁଥିଲେ । ଆରଏସଏସର କାର୍ଯ୍ୟକ୍ରମକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯାଇଥିଲେ । ତେଣୁ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରି ଜୋରଦାର ହମଳା କରିଥିଲେ ବିଷ୍ଣୁ ସେଠୀ । ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରାଯାଉଛି ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଥିଲେ ।

Comments are closed.