Odisha Link
Bridging the Missing Links in Odisha

ବିଧାନସଭା: ତାରା ପଚାରିଲେ ଆପଣ ଖୁସି ତ?, ନବୀନ କହିଲେ..

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାଇଲଗ ‘ଆପଣ ମାନେ ଖୁସି ତ’ ଏବେ ବିଧାନସଭାରେ। ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହ ଆରମ୍ଭ ହେବା ପରେ ଏକ ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ସମୟ ପ୍ରାୟ ୧୦ଟା ୫୫ ହେବ। ଗୃହରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ତାଙ୍କ ଚିରାଚରିତ ଭଙ୍ଗୀରେ ମୁଖ୍ୟମନ୍ତ୍ରୀଙ୍କୁ କହିଲେ, ଆପଣ ଖୁସି ତ ? ସ୍ମିତହସ ସହ ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ, ମୁଁ ବହୁତ ଖୁସି। ଯାହା ଏବେ ଚର୍ଚ୍ଚାର ବିଷୟ।

ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟ ଡାଇଲଗକୁ ଉପସ୍ଥିତି ସବୁ ବିଧାୟକ ସକାରାତ୍ମକ ଭାବେ ବେଶ୍ ଉପଭୋଗ କରିଥିଲେ। ଅଧିବେଶନ ଆରମ୍ଭରୁ ତାରା ବାହିନୀପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାଳାପକୁ ନେଇ ଗୃହରେ ବେଶ୍ ହାସ୍ୟରୋଳ ହୋଇଥିଲା।

Comments are closed.