Odisha Link
Bridging the Missing Links in Odisha

ଖସିଲା ଆର୍ଥିକ ଅଭିବୃଦ୍ଧି ହାର, କେତେ ଅଛି ଜାଣନ୍ତୁ

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଆଉ ଏକ ବଡ଼ ଝଟକା। କ୍ରମାଗତ ଭାବେ ଦିନକୁ ଦିନ ଦେଶର ଅଭିବୃଦ୍ଧି ହାର କମିବାରେ ଲାଗିଛି। ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା।

ଏଥିସହିତ ଅକ୍ଚୋବର ମାସରେ ୮ଟି ଶିଳ୍ପର ଅଭିବୃଦ୍ଧି ହାର ୫.୮ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ଯାହାକି ସରକାରଙ୍କ ଆର୍ଥିକନୀତି ଠିକ୍ ଭାବରେ ଚାଲି ନାହିଁ ବୋଲି ସୂଚାଇଛି।

ସରକାରଙ୍କ ରିପୋର୍ଟ ଅମୁଯାୟୀ ଏପ୍ରିଲରୁ ଅକ୍ଚୋବର ମାସ ମଧ୍ୟରେ ଆୟ ତୁଳନାରେ ବ୍ୟୟ ଅଧିକ ବଢ଼ିଯାଇଛି। ୬.୮୩ ଟ୍ରିଲିଅନ ଆୟ ହୋଇଥିବା ବେଳେ ବ୍ୟୟ ୧୬.୫୫ ଟ୍ରିଲିଅନ ହୋଇଛି। ଫଳରେ ଦେଶର ଅଭିବୃଦ୍ଧି ହାର ଆହୁରି ଧିମା ହୋଇଯାଇଛି।

Comments are closed.