Odisha Link
Bridging the Missing Links in Odisha

ରେଳବାଇରେ ୧୮ ଘଣ୍ଟାର ଯାତ୍ରା ୧୨ ଘଣ୍ଟାକୁ ହ୍ରାସ ପାଇବ ଜାଣନ୍ତୁ କିପରି

ନୂଆଦିଲ୍ଲୀ : ସମୟ ବହୁତ ମୂଲ୍ୟବାନ । କିପରି ଅଳ୍ପ ସମୟରେ ଅଧିକ କିମ୍ବା କାମଟି କିପରି ସ୍ବଳ୍ପ ସମୟରେ ସରିଯିବ ସେଥି ପ୍ରତି ଅନେକ ବ୍ୟବସ୍ଥା କରାଯାଇଥାଏ । ଯାତାୟାତ ପାଇଁ ସାଧାରଣତଃ ଟ୍ରେନ, ବସର ବ୍ୟବହାର କରାଯାଇଥାଏ ।

ବର୍ତ୍ତମାନ ଭାରତୀୟ ରେଳବାଇ ଆଧୁନିକ ଟ୍ରେନ୍‍ କଣ୍ଟ୍ରୋଲ୍‍ ବ୍ୟବସ୍ଥା ମାଧ୍ୟମରେ ସିଗ୍‍ନାଲ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ଆକାଂକ୍ଷିତ ପ୍ରକଳ୍ପ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଅଧିକ ଉନ୍ନତ ହୋଇ ପାରିବ। ସିଗନାଲ୍‍ ବ୍ୟବସ୍ଥାର ଉନ୍ନିତ ହେବା ସହ ରେଳ ଚଳାଚଳ ଅଧିକ ଦୃତ ହୋଇପାରିବ।

୨୦୧୮-୧୯ ବର୍ଷରେ ଏହି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଥିପାଇଁ ୭୮ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଏହାଦ୍ୱାରା ୧୮ ଘଣ୍ଟାର ଯାତ୍ରା ସମୟକୁ ୧୨ ଘଣ୍ଟାରେ ସୀମିତ କରାଯାଇ ପାରିବ। ଏହା ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓ୍ୱଡା ଭଳି ଅଧିକ ଟ୍ରେନ୍‍ ଚଳାଚଳ କରୁଥିବା ଲାଇନରେ ଏହି ବ୍ୟବସ୍ଥା ଲାଗୁ କରାଯିବ।

Comments are closed.