Odisha Link
Bridging the Missing Links in Odisha

ଟାଇଟନିକ ପୋଜରେ ବିଧାୟକ ତାରା, ନେତାରୁ ହେବେ ସିଙ୍ଗର!

ଭୁବନେଶ୍ବର: ତାରା ପ୍ରସାଦ ବାହିନୀପତି ରାଜ୍ୟ ରାଜନୀତିରେ ଏପରି ଏକ ନାମ ଯାହା ସବୁଠାରେ ଚର୍ଚ୍ଚିତ। ଜୟପୁରରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ରୁହନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ପୁଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି। ହେଲେ ଏଥର ତାଙ୍କର ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି ତାରା।

ଟାଇଟାନିକ ପୋଜ ଦେଇ ଫଟୋ ଉଠାଇବା ସହ ନିଜ ପ୍ରେମର ଗଭିରତାର ଝଲକ ଦେଖିଇଛନ୍ତି ତାରା। ଫିଲ୍ମ ଷ୍ଟାଇଲରେ ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି (ମିନି) ଫଟୋ ଉଠାଇଛନ୍ତି । ଶୀତ ଋତୁରେ ପତ୍ନୀଙ୍କ ସହ ବେଶ ରୋମାଣ୍ଟିକ ହୋଇ ଛୁଟି କାଟୁଛନ୍ତି। ପତ୍ନୀଙ୍କ ସହ ତାରା ଉଠାଇଥିବା ଏହି ଫଟୋକୁ ସେ ଫେସବୁକରେ ସେୟାର କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ବି ଲେଖିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି। କିଛି ସମୟରେ ଏହି ଫଟୋଟି ସୋସିଆଲ ମିଡିଆରେ ଘୁରିବୁଲୁଛି।

https://www.facebook.com/photo.php?fbid=1673001042843054&set=a.111039702372537&type=3&theater

ଅପରପକ୍ଷେ ତାରା ପ୍ରସାଦ କେବେ ଡିଜେର ତାଳେତାଳେ ସେ ମଞ୍ଚ ଦୁଲକାନ୍ତି ତ ଆଉ କେବେ ବିଧାନସଭାର ପୋଡ଼ିୟମକୁ ଚଢିଯାଆନ୍ତି। ହେଲେ ଏବେ ସେ ନେତାରୁ ସିଙ୍ଗର ପାଲଟିବାକୁ ଯାଉଛନ୍ତି।। କେ-ୱାନ ଲାଇଭ ପକ୍ଷରୁ ପ୍ରସ୍ତୁତ ଏକ ଗୀତରେ କଣ୍ଠ ଦାନ କରିବେ ତାରା ବାହିନୀପତି। ଖୁବଶୀଘ୍ର ଷ୍ଟୁଡିଓରେ ଗୀତ ରେକଡିଂ ହେବାକୁ ଯାଉଛି । ଆଉ ତାଙ୍କ ଭଳି ଏ ଗୀତ ବି ଧୁମ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comments are closed.