Odisha Link
Bridging the Missing Links in Odisha

ଇରାନ୍‌ର କୁଦ୍‌ସ ବାହିନୀ ଶକ୍ତିଶାଳୀ କାହିଁକି?

ନୂଆଦିଲ୍ଲୀ: ଗତକାଲି ଆମେରିକାର କ୍ଷେପଣାତ୍ସ ଆକ୍ରମଣରେ ପ୍ରାଣ ହରାଇଥିଲେ ଇରାନ୍‌ ଜେନେରାଲ୍‌ କ୍ବାସିମ୍‌ ସୁଲେମାନୀ। ଯାହାପରେ କୁଦ୍‌ସ ବାହିନୀକୁ ନେଇ ସବୁଠି ଚର୍ଚ୍ଚାରେ। କଣ ପାଇଁ ଏତେ ଶକ୍ତିଶାଳୀ ଇରାନର କୁଦ୍‌ସ ବାହିନୀ ଆସନ୍ତୁ ଜାଣିବା।

ଇରାନ୍‌ ପ୍ରତିରକ୍ଷା ବ୍ୟବସ୍ଥାର ସବୁଠାରୁ ଶକ୍ତିଶାଳୀ ସଙ୍ଗଠନ ହେଉଛି କୁଦ୍‌ସ ବାହିନୀ। ଇରାନ୍‌ ୧୯୭୯ର ଗଣ ଆନ୍ଦୋଳନ ପରେ ଦେଶରେ ଇସଲାମିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଇସଲାମିକ୍‌ ରିଭୋଲ୍ୟୁସନାରି ଗାର୍ଡ ଗଠନ କରିଥିଲା। ପରବର୍ତ୍ତି ସମୟରେ ଏହା ଇରାନ୍‌ ସୁରକ୍ଷାର ସର୍ବୋଚ୍ଚ ନିୟନ୍ତ୍ରକ ଭାବେ ସାବ୍ୟସ୍ତ ହେଲା। ଦେଶର ସାମରିକ, ରାଜନୈତିକ ଏବଂ ଆର୍ଥିକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା। ରିଭୋଲ୍ୟୁସନାରୀ ଗାର୍ଡର ସବୁଠାରୁ ଶକ୍ତିାାଳୀ ସଂଗଠନ ପାଲଟିଥିବା କୁଦ୍‌ସ ବାହିନୀ ବିଦେଶରେ ଇରାନ୍‌ର ସ୍ବାର୍ଥ ରକ୍ଷା ପାଇଁ କାମ କରୁଛି।

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଓ ତାଲିମଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଗୁଇନ୍ଦାଗିରିରେ ମଧ୍ୟ ଏହି ଶାଖା ତାର ପରାକାଷ୍ଠା ଦେଖାଇଛି। କୁଦ୍‌ସ ବାହିନୀ ଇରାକରେ ମଧ୍ୟ ସିହା ବହୁଳ ଅଳ୍ପସଂଖ୍ୟକ ସାମରିକ ଗୋଷ୍ଠୀକୁ ସହୟତା ଦେଇ ଇସଲାମିକ ଷ୍ଟେଟକୁ ଛାରଖାର କରିବାରେ ନିର୍ଣ୍ଣାୟକ ଭୂମିକା ନେଇଥିଲା।

Comments are closed.