Odisha Link
Bridging the Missing Links in Odisha

‘ଓଡ଼ିଶା ଲିଙ୍କ୍‌’ରେ ନିଯୁକ୍ତି ସୂଚନା

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଓଡ଼ିଆ ଖବର ପୋର୍ଟାଲ୍‌ ପାଇଁ ଜିଲ୍ଲା ପ୍ରତିନିଧି ଓ ସହର ପ୍ରତିନିଧି ଆବଶ୍ୟକ କରୁଛି। ଡିଜିଟାଲ୍‌ ସାମ୍ବାଦିକତାରେ ଆଗ୍ରହୀ ଯୁବକ-ଯୁବତୀ ନିଜର ସମ୍ପୂର୍ଣ୍ଣ ବାୟୋଡାଟା ନିମ୍ନରେ ଦିଆଯାଇଥିବା ମେଲ୍‌ ଆଇଡିରେ ପଠାଇବା ପାଇଁ ଓଡ଼ିଆ ମିଡିଆ କର୍ତୃପକ୍ଷ ଅନୁରୋଧ ଜଣାଇଛନ୍ତି।

ମନୋନୀତ ପ୍ରାର୍ଥୀମାନଙ୍କୁ କମ୍ପାନୀ ପକ୍ଷରୁ ଭୁବନେଶ୍ବରରେ ଡିଜିଟାଲ୍‌ ଜୋର୍ଣାଲିଜିମ୍‌ ଉପରେ ଏକ ସପ୍ତାହର ପ୍ରଶିକ୍ଷଣ ପରେ ନିଯୁକ୍ତି ଦିଆଯିବ। ନିଯୁକ୍ତ ସମସ୍ତ ସାମ୍ବାଦିକଙ୍କୁ କମ୍ପାନୀ ପକ୍ଷରୁ ପରିଚୟ ପତ୍ର ଓ ଭିଜିଟିଂ କାର୍ଡ ପ୍ରଦାନ କରାଯିବ। ଏଥି ସହ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ସାମ୍ବାଦିକ ସଂଘକୁ ମଧ୍ୟ ଚିଠି ମାଧ୍ୟମରେ ସେମାନଙ୍କ ନିଯୁକ୍ତି ବାବଦରେ ଜଣାଇ ଦିଆଯିବ।

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ପୂର୍ବ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଯୁକ୍ତିଦାତା ସୂଚନା ଦେଇଛନ୍ତି।

Send you CV before 30 January 2020 to [email protected]

Comments are closed.