Odisha Link
Bridging the Missing Links in Odisha

ଭାରତ ବନ୍ଦ: ବିମାନ ବନ୍ଦରରେ କୀର୍ତ୍ତନ କଲେ ଯାତ୍ରୀ

ଭୁବନେଶ୍ବର: ଆଜି ଦେଶବ୍ୟାପି ଧର୍ମଘଟ। କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ତରଫରୁ ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଭଳି ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ପାଇଁ ସାରା ରାଜ୍ୟରେ ବସ୍‌ ଟ୍ରେନ୍ ଚଳାଚଳ ଠପ୍‌ ହୋଇଯାଇଛି। ଏହାର ପ୍ରଭାବ ମଧ୍ୟ ସାରା ରାଜ୍ୟରେ ଦେଖିବାକୁ ମିଳିଛି

ଭାରତ ବନ୍ଦର ପ୍ରଭାବରେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଶହ ଶହ ଯାତ୍ରୀ ଫସି ରହିଛନ୍ତି। ଅନ୍ୟପଟେ ଅଟକି ଥିବା ଯାତ୍ରୀ ବିମାନ ବନ୍ଦର ପରିସରରେ ଯାତ୍ରୀ ଭଜନ କୀର୍ତ୍ତନ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

Comments are closed.