Odisha Link
Bridging the Missing Links in Odisha

ବିଜେପି ଟାର୍ଗେଟରେ ସରକାର

ଭୁବନେଶ୍ୱର: ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଏସଇବିସି ସଂରକ୍ଷଣ ପ୍ରସଙ୍ଗରେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ଏନେଇ ବିଜେପି ଆଜି ରାଜ୍ୟ ବିିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜତି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓବିସି କମିଶନର ନିଯୁକ୍ତିରେ ରାଜ୍ୟ ସରକାର ଅବହେଳା କରିଛନ୍ତି। ରାଜ୍ୟ ସରକାର ଓବିସି ବର୍ଗଙ୍କ ଉନ୍ନତି ଚାହୁଁନାହାନ୍ତି ବୋଲି ଏହା ଦର୍ଶାଉଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଏକମାତ୍ର ଓଡ଼ିଶାରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଲାଗୁ ହୋଇନାହିଁ। ଚାକିରି କିମ୍ବା ଶିକ୍ଷା କ୍ଷେତ୍ରରେ ସରକାର ସଂରକ୍ଷଣ ଲାଗୁ କରିନାହାନ୍ତି। ଏସଇବିସି ବର୍ଗର ଲୋକଙ୍କୁ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ କାହିଁକି ସଂରକ୍ଷଣ ମିଳିନାହିଁ । ୨୬ ବର୍ଷ ହେଲା ଓଡ଼ିଶା କାହିଁକି ଏଥିରୁ ବଞ୍ଚିତ, ରାଜ୍ୟ ସରକାର ଏ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ ଦାବି କରିଛନ୍ତି।

ସେହିପରି ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର ଗୁରୁଚଣ୍ଡାଳ ତ୍ରୁଟି କରିଛନ୍ତି। ଓବିସି ତାଲିକା କଲେ ଦଳୀୟ ଭିତ୍ତିରେ କରିବେ ବୋଲି ଆମେ ଭାବୁଛୁ। ଆମର ସନ୍ଦେହ ଏଥିରେ ବି ରାଜନୀତିକରଣ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.