Odisha Link
Bridging the Missing Links in Odisha

ଜେଏନୟୁରେ ଆରମ୍ଭ ହେଲା ପାଠପଢ଼ା

ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଜେଏନୟୁ ରେ ପାଠପଢ଼ା ଆରମ୍ଭ ହୋଇଛି। ଛାତ୍ର ଛାତ୍ରୀମାନେ ୟୁନିଭର୍ସିଟିର ଫି ବୃଦ୍ଧି କରାଯାଥିବାରୁ ଏହାର ପ୍ରତାୟାହାର ଓ ଅନ୍ୟାନ୍ୟ ଦାବିକୁ ନେଇ ଅଡିଟୋରିୟମ ବାହାରେ ଧାରଣା ଦେଇଥିଲେ ।

ପୂର୍ବରୁ ଜେଏନ୍‌ୟୁର ଗୋଟିକିଆ ରୁମ ପାଇଁ ୨୦ ଟଙ୍କା ଫି’ ଆଦାୟ କରାଯାଉଥିବା ବେଳେ ଏହାକୁ ସରକାର ୬୦୦ ଟଙ୍କା କରିଥିଲେ। ବର୍ତ୍ତମାନ ନୂଆ ଫି’କୁ ୨୦୦ ଟଙ୍କା କରାଯାଇଛି। ଦୁଇ ଜଣ ରହିବା ଭଳି ରୁମ ବାବଦକୁ ୧୦ ଟଙ୍କା ରହିଥିବା ବେଳେ ଏହାକୁ ୩୦୦ ଟଙ୍କା କରାଯାଇଥିଲା।

ହେଲେ ଏବେ ଏହାକୁ ୧୦୦ ଟଙ୍କା କରାଯାଇଛି। ମେସ ସିକ୍ୟୁରିଟି ପାଇଁ ପୂର୍ବରୁ ଜଣେ ଶିକ୍ଷାର୍ଥୀଙ୍କ ଠାରୁ ୫,୫୦୦ ଟଙ୍କା ଲେଖାଏ ଆଦାୟ ହେଉଥିଲା। ହେଲେ ନୂଆ ଫି’ ଆଦାୟ ନିଷ୍ପିତ୍ତିରେ ଏହାକୁ ୧୨ ହଜାର କରାଯାଇଥିଲା । ତେବେ ବିରୋଧ ପରେ ସରକାର ପୁଣି ଏହାକୁ ୫,୫୦୦ ଟଙ୍କା କରିଛନ୍ତି।

ୟୁଟିଲିଟି ଚାର୍ଜ ବାବଦରେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ୁ ନଥିଲା। ତେବେ ନୂଆ ନିୟମ ଅନୁଯାୟୀ, ଏହାକୁ ୧୭ ଶହ ଟଙ୍କା ଲେଖାଏ କରାଯାଇଥିଲା। ବିରୋଧ ସତ୍ତ୍ୱେ ଏହା ପୂର୍ବବତ କାଏମ ରହିଛି।  ଏହାକୁ ବିରୋଧ କରି ୟୁନିଭର୍ସିଟିର ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ ।

Comments are closed.