Odisha Link
Bridging the Missing Links in Odisha

ବିହାର: ସିଏଏ ଓ ଏନଆରସି ବିପକ୍ଷରେ ବିଧାନସଭା ବାହାରେ ରାଜଦର ବିକ୍ଷୋଭ, ନିତିଶ କହିଲେ..

ବିହାର: ଆଜି ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ବିଧାୟକ ମାନେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) କୁ ବିରୋଧ କରିଛନ୍ତି। ରାଜ୍ୟରେ ସିଏଏ ଓ ଏନଆରସିକୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ରାଜଦ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ବିହାରରେ ଏନଆରସି ଲାଗୁ କରାଯିବ ନାହିଁ।

ରାଜଦ ମୁଖପାତ୍ର ଓ ବିଧାୟକ ଭାଇ ବିରେନ୍ଦ୍ର ଯାଦବ ଏବଂ ଅନ୍ୟ ବିଧାୟକଙ୍କ ସହିତ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସମସ୍ତଙ୍କ ହାତରେ ସିଏଏ ଓ ଏନଆରସି ବିରୋଧରେ ପୋଷ୍ଟର ଧରି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ବିଧାୟକ ମାନେ କହିଥିଲେ ଯେ, ଭାଜପା ସମ୍ବିଧାନକୁ ଶେଷ କରୁଛି। ଆମେ ବିହାରରେ ସିଏଏ ଓ ଏନଆରସିକୁ ଲାଗୁ କରିବାକୁ ଦେବୁ ନାହିଁ ବୋଲି ନାରାବାଜି ଦେଇଥିଲେ।

ଅନ୍ୟପଟେ ବିହାର ବିଧାନସଭାରେ ନିତିଶ କୁମାର କହିଛନ୍ତି ଯେ, ବିହାରରେ ଏନଆରସି ଲାଗୁ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା କେବଳ ଆସାମ ରାଜ୍ୟରେ ଚର୍ଚ୍ଚା ଥିଲା। ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦେଇଛନ୍ତି।

Comments are closed.